Fri. Jul 3rd, 2026

ଶ୍ରୀଦେବୀଙ୍କ ବାୟୋପିକ୍‌ରେ ବିଦ୍ୟା ବାଲାନ୍‌

03/03/2012 – KOLKATA: Bollywood Actress Vidya Balan during a promotional campaign for her upcoming film 'Kahani' in Kolkata - PTI Photo. [Nation, Bollywood, Actress, Vidya Balan]
387 Views

ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାୟୋପିକ୍‌ରେ ଶ୍ରୀଦେବୀଙ୍କ ଭୂମିକାରେ କିଏ ଅଭିନୟ କରିବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଭିତରେ ଶ୍ରୀଦେବୀଙ୍କ ଭୂମିକା ଲାଗି ଦକ୍ଷ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ନାଆଁ ଚର୍ଚ୍ଚାକୁ  ଆସିଛି। ବିଦ୍ୟା କହିଛନ୍ତି ଯେ ସେ ଶ୍ରୀଦେବୀଙ୍କ ବାୟୋପିକ୍‌ରେ କାମ କରିବାକୁ ରାଜି ଅଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଦ୍ୟା ବାଲାନ୍‌।

ସେ କହିଛନ୍ତି  ଯେ ଶ୍ରୀଦେବୀଙ୍କ ଭୂମିକା ନିଭାଇବା ଲାଗି ସାହସ ଦରକାର। ଏହି ଦକ୍ଷ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେ ଶ୍ରୀଦେବୀଙ୍କ ଭୂମିକା ନିଭାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବିଦ୍ୟା ବାଲାନଙ୍କୁ ଅନେକ ସମୟରେ ବୋଲ୍‌ଡ ରୋଲ୍‌ରେ ଦେଖିବାକୁ ମିଳିଛି। ଏସଂପର୍କରେ ବିଦ୍ୟା ବାଲାନ୍‌ କହିଛନ୍ତି ଯେ ସେ ଖୁବ୍‌ କଷ୍ଟ କରିଥିଲେ। ଏଭଳି ସିନେମା ନ କରିବାକୁ ମଧ୍ୟ ତାଙ୍କୁ କେତେଜଣ ବାରଣ କରିଥିଲେ। ମାତ୍ରା  ସେଥିପ୍ରତି ସେ କର୍ଣ୍ଣପାତ କରି ନ ଥିଲେ। ଏଭଳି ସିନେମା ପାଇଁ ସେ ଲଜ୍ଜିତ ନୁହଁନ୍ତି ,ବରଂ ଗର୍ବିିତ ବୋଲି କହିଛନ୍ତି ବିଦ୍ୟା ବାଲାନ୍‌।

By amfnews

Related Post