Sun. Sep 6th, 2026

ଗୋଆରେ ସରକାର ଗଠନ କରିବାକୁ କଂଗ୍ରେସର ଦାବି

297 Views

ପାନାଜି: ମନୋହର ପାରିକର୍‌ଙ୍କ ମୃତ୍ୟୁ ହେବାର ଦିନଟିଏ ନ ପୂରୁଣୁ ଗୋଆରେ ସରକାର ଗଢ଼ିବାକୁ ଦାବି ଉଠାଇଛି କଂଗ୍ରେସ ପାର୍ଟି।

ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଦେଇଥିବା ଚିଠିରେ କଂଗ୍ରେସ ଦାବି କରିଛି ଯେ ପାରିକର୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ତ୍ତ ରଖାଯାଇ ଗୋଆରେ ମେଣ୍ଟ ସରକାର ଗଠିତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବିଜେପିର ମେଣ୍ଟ ନାହିଁ। ଶ୍ରୀ ମନୋହର ପାରିକରଙ୍କ ଦୁଃଖଦ ବିୟୋଗ ଯୋଗୁଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ। ସୁରୁଖୁରୁରେ କ୍ଷମତା ପରିବର୍ତ୍ତନ ଓ ହସ୍ତାନ୍ତର କରାଇବା ଲାଗି ଆପଣଙ୍କ ତରୁଫରୁ ଏହି ଦୁଃଖଦ ଘଟନା ତୁରନ୍ତ ପଦକ୍ଷେପ ଚାହୁଁଛି।

ଚିଠିରେ କଂଗ୍ରେସ ଆହୁରି କହିଛି ଯେ, କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ, ପରବର୍ତ୍ତୀ ସରକାର ଗଠନ କରିବାକୁ ତାକୁ ଆମନ୍ତ୍ରଣ କରାଯିବା ଉଚିତ। ଏତଦ୍ଦ୍ଵାରା ଆମେ ସରକାର ଗଢ଼ିବାକୁ ପୁଣି ଥରେ ଦାବି କରୁଛୁ।

ରବିବାର ଦିନ ବିଜେପି ଜରୁରୀ ବୈଠକ ଡକାଇଥିଲେ ବି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରି ନାହିଁ। କେତେଗୁଡ଼ିଏ ମେଣ୍ଟ୍‌ ସେମାନଙ୍କ ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହିଁଛନ୍ତି।

By amfnews

Related Post