Sat. Jul 25th, 2026

କଳିଙ୍ଗ ବିହାରରେ ପିଠା କାର୍ଯ୍ୟକ୍ରମ

345 Views

ରାଉରକେଲା, ୧୭ା୧ : ଲୋକଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଯୋଜନାଗୁଡିକ ଲୋକାଭୀମୁଖୀ କରିବା ଓ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ପିଠା କାର୍ଯ୍ୟକ୍ରମ ସ୍ଥାନୀୟ କଳିଙ୍ଗ ବିହାର ସ୍ଥିତ ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ ହୋଇଯାଇଛି । ଆର୍ଏମ୍ସିର ୪, ୧୩, ୧୪ ଓ ୧୫ ନମ୍ବର ୱାର୍ଡ ବାସିନ୍ଦାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା । ଏଥିରେ ମଧୁବାବୁ ପେନ୍ସନ ଠାରୁ ଆରମ୍ଭ କରି ଆଦିବାସୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗ ପକ୍ଷରୁ ଷ୍ଟଲରେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ଦିଆଯାଉଥିବା ସୁବିଧା ସମ୍ପର୍କରେ ପଞ୍ଜିକୃତ ହିତାଧିକାରୀ ସରକାରଙ୍କ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଗୁଣାତ୍ମକ ଶିକ୍ଷାର ନୂତନ ଦିଗ ଉପରେ ଥିବା ଅନ୍ୱେଷା କାର୍ଯ୍ୟକ୍ରମ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଓ ଜନହିତକର କାର୍ଯ୍ୟକ୍ରମ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସ୍ୱୟଂ ସହାୟକ ଦୋଷ୍ଠୀଙ୍କ ପାଇଁ ଥିବା ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଣଶିକ୍ଷା ବିଭାଗର ଷ୍ଟଲ୍ମାନ ଲାଗିଥିଲା ।

ଶିବିରରେ ଆର୍ଏମ୍ସି ପକ୍ଷରୁ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ ଯୋଜନା ଭତ୍ତା ପ୍ରଦାନ, ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱୟଂ ସହାୟିକା ଗୋ,୍ଠୀଙ୍କୁ ପାଣ୍ଠି ପ୍ରମାଣ ପତ୍ର, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଆଶାକର୍ମୀଙ୍କୁ ସୁବିଧା ପ୍ରଦାନ ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା । ଆର୍ଏମ୍ସିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଷ୍ଟଲରେ ଉପସ୍ଥିତ ଥିଲେ । ଜିଲା ସହରାଞ୍ଚଳ ବିକାଶ ସଂସ୍ଥାର ଭିତ୍ତିଭୂମି ଭିଶେଷଜ୍ଞ ସରସ୍ୱତୀ ବେହେରା ଓ ଆର୍ଏମ୍ସି ସିପିଏମ୍ୟୁର ସ୍ମିତା ବିଶ୍ୱାଳ ଓ ଶକ୍ତି ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଶିବିର ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ଏସ୍ଏଚ୍ଜି ଓ ଶ୍ରୀମତୀ ଏସ୍ଏଚ୍ଜି ଦ୍ୱାରା ପ୍ରସ୍ତୁତ ପିଠା ବିତରଣ କରାଯାଇଥିଲା । ଏହି ଶିବିର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

By amfnews

Related Post