Sun. Oct 18th, 2026

ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ

391 Views

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ । ବର୍ତ୍ତମାନ ଡ୍ୟାମର କ୍ଷମତା ୧୫ ଲକ୍ଷ କ୍ୟୁସେକ୍‌ ଥିବା ବେଳେ ଏହାକୁ ୨୪ ଲକ୍ଷ କ୍ୟୁସେକ୍‌କୁ କରାଯିବ। ଏ ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି କେନ୍ଦ୍ର ଜଳ ସମ୍ପଦ ସଚିବ ୟୁପି ସିଂହ ସୂଚନା ଦେଇ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ସବୁଠାରୁ ବଡ଼ ଡ୍ୟାମ୍‌ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଏହି ଡ୍ୟାମ୍‌କୁ ଖୁବ୍‌ ଶୀଘ୍ର ସ୍ୱୟଂଚାଳିତ କରାଯିବ ବୋଲି ସୂଚନା ରହିଛି। ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ନଦୀବନ୍ଧ ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳସଂପଦ ସଚିବ।

ଏହି ସମ୍ମିଳନୀରେ ବିଶେଷଜ୍ଞମାନେ ନିଜର ମତ ରଖି କହିଛନ୍ତି ଯେ ହୀରାକୁଦ ଡ୍ୟାମ୍‌କୁ ନେଇ ଯେଉଁ ଭୟ ରହିଥିଲା ସେ ଭୟର ଆଉ କୌଣସି ଆବଶ୍ୟକତା ନାହିଁ ।

By amfnews

Related Post