Sun. Jul 26th, 2026

ଇସ୍ରାଏଲଠାରୁ ୫୪ଟି ଘାତକ ସୁଇସାଇଡ ଡ୍ରୋନ କ୍ରୟକୁ ସରକାରଙ୍କ ମଂଜୁରୀ

337 Views

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ସରକାର ଆଉ କେତେକ ପଦକ୍ଷେପ ନେଇଛନ୍ତି । ଇସ୍ରାଏଲରୁ ୫୪ଟି ଲଢୁଆ ଡ୍ରୋନ କିଣିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମଂଜୁରୀ ଦେଇଛିି । ଏହି ଡ୍ରୋନ ଗୁଡ଼ିକର ନାମ ହେଉଛି ହାରୋପ ଡ୍ରୋନ। ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ୧୧୦ଟି ହାରୋପ ଡ୍ରୋନ ମହଜୁଦ ଅଛି । ଭାରତୀୟ ବାୟୁସେନା ହାତକୁ ଏସବୁ ନୂଆ ଡ୍ରୋନ ଆସିବା ପରେ ସେଗୁଡ଼ିକର ନୂଆ ନାଁ ପି-୪ ହେବ ।

ଏଗୁଡ଼ିକର ବିଶେଷତ୍ୱ ହେଉଛି ଯେ ଏହା ସାଧାରଣ ଡ୍ରୋନ ପରି ଶତ୍ରୁପକ୍ଷ ଉପରେ ବୋମାମାଡ କରିବା ସହ ଶେଷରେ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଯେପରିକି ରାଡାର କେନ୍ଦ୍ର, ବିମାନଘାଟି, କଣ୍ଟ୍ରୋଲ ରୁମ ଉପରେ ମାଡ ହୋଇ ନିଜେ ଧ୍ୱଂସ ହୋଇଯିବା ସହ ସେଗୁଡ଼ିକୁ ଧ୍ୱଂସ କରିଦେବ । ଅର୍ଥାତ ଏହି ଡ୍ରୋନଟି ଏକ ମିସାଇଲରେ ପରିଣତ ହୋଇଯିବ । କିଛି ବର୍ଷ ତଳେ ଭାରତ ଏପରି ଡ୍ରୋନ ପାଇବା ପାଇଁ ଇସ୍ରାଏଲ ସହ ଚୁକ୍ତି କରିଥିଲା । ସେଗୁଡ଼ିକ ମଧ୍ୟରୁ ୧୧୦ଟି ଡ୍ରୋନ ଏବେ ଭାରତୀୟ ବାୟୁ ସେନା ପାଖରେ ପହଞ୍ଚିଯାଇଛି । ଏବେ ଆଉ ୫୪ଟି ହାରୋପ ଡ୍ରୋନ ଖରିଦ କରିବାକୁ ଭାରତ ଇସ୍ରାଏଲକୁ ଜଣାଇଛି ।

By amfnews

Related Post