Sat. Jul 4th, 2026

ଜମ୍ମୁ- କଶ୍ମୀର: ପୁଲଓ୍ଵାମାର ଘରୋଇ ବିଦ୍ୟାଳୟରେ ବିସ୍ଫୋରଣ ୧୦ ଛାତ୍ର ଗୁରୁତର

342 Views

ପୁଲଓ୍ଵାମା (ଜମ୍ମୁ- କଶ୍ମୀର): ଆଜି (ବୁଧବାର) ଅପରାହ୍ନରେ ଜମ୍ମୁ- କଶ୍ମୀର ପୁଲଓ୍ଵାମା ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ବିସ୍ଫୋରଣ ଘଟିବା ଫଳରେ ଅତି କମ୍‌ରେ ୧୦ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ସମସ୍ତ ଛାତ୍ର ୧୦ମ ଶ୍ରେଣୀର ଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାରୁ ପ୍ରକାଶ, ପୁଲଓ୍ଵାମା ଜିଲ୍ଲାର କାକ୍‌ପୋରା ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଆଜି ଅପରାହ୍ନରେ ପାଠପଢ଼ା ଚାଲିଥିବା ବେଳେ ବିଦ୍ୟାଳୟ ମଧ୍ୟରେ ହଠାତ୍‌ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଫଳରେ ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ୧୦ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ଏହି ବିସ୍ଫୋରଣ ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ପୁଲିସ୍‌ ଓ ସୁରକ୍ଷା ବିହିନୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ଚିକିତ୍ସା ଏକ ହସ୍ପିଟାଲକୁ ପଠାଇଥିଲେ। ବିଦ୍ୟାଳୟ ମଧ୍ୟରେ ଏ ବିସ୍ଫୋରଣ କାହିଁକି ଓ କିପରି ଘଟିଲା ସେ ସଂପର୍କରେ କୌଣସି ସବିଶେଷ ସୂଚନା ମିଳିପାରି ନାହିଁ। ଏ ବିସ୍ଫୋରଣ ପଛରେ ଆତଙ୍କବାଦୀମାନଙ୍କ ହାତଥିବା ସନ୍ଦେହ କରି ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post