Sun. Oct 18th, 2026

ଆନ୍ତଃଜିଲ୍ଲା ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଲା

323 Views

ମୟୂରଭଞ୍ଜ: ବାରିପଦା ପୁଲିସ୍‌ ବୁଧବାର ୪ ଜଣ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌କୁ ଧରିଥିବା ସୂଚନା ରହିଛି। ଲୁଟେରାମାନେ ହେଉଛନ୍ତି ଲକ୍ଷ୍ମୀଧର ସ୍ୱାଇଁ (୨୯), ରାଜ କିଶୋର ଶାହା(୪୦), ଖଗେଶ୍ୱର ବେହେରା(୪୮) ଏବଂ ମହେଶ୍ୱର ଗିରି(୩୬)। ଏମାନଙ୍କ ବ୍ୟତୀତ ବିନୋଦ୍‌ ନାମକ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଥିବା ସୂଚନା ରହିଛି। ଧରାପଡ଼ିଥିବା ଡକାୟତମାନଙ୍କ ନିକଟରୁ ସମୁଦାୟ ୬ଟି ୪ ଚକିଆ ଯାନ ଜବତ କରାଯାଇଛି। ଗୋଟିଏ ମହିନ୍ଦ୍ର ମେକ୍ସିମୋ, ଗୋଟିଏ ମହିନ୍ଦ୍ରା ସ୍କର୍ପିଓ, ଗୋଟିଏ ମାରୁତି ଓମିନି ଏବଂ ଦୁଇଟି ପିକ୍‌-ଅପ୍‌ ଜବତ ହୋଇଥିବା ସୂଚନା ରହିଛି। ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମିଧର ଉର୍ଫ ପିଣ୍ଟୁ ବୋଲି ସନ୍ଦେହ କରାଯାଉଛି। ତାଙ୍କ ନାମରେ ପୂର୍ବରୁ ବି ଗୁଡ଼ାଏ ଚୋରି ମାମଲା ରହିଛି। ସେ ପୂର୍ବରୁ ୩ଟି ୪ ଚକିଆ ଗାଡ଼ି ଚୋରି କରିଥିବା ଅଭିଯୋଗରେ ତାଙ୍କ ନାମରେ ଭଦ୍ରକ ଥାନାରେ ମାମଲା ରୁଜୁ ହୋଇଛି।

By amfnews

Related Post