Sun. Oct 18th, 2026

ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କହିଲେ, ପୁଣିଥରେ ନରେନ୍ଦ୍ର ମୋଦୀ ହେବେ ପ୍ରଧାନମନ୍ତ୍ରୀ

431 Views

ମେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଦାବି କରିଛନ୍ତି ଯେ ,ପୁଣି ଥରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବେ। ସେ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୦ ରୁ ଅଧିକ ଆସନ ଜିତିବ ଓ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ହେବେ।


ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ସେ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ପାଇଁ ବିଶେଷ ସହାୟକ ହେବେ ନାହିଁ ବୋଲି ମଧ୍ୟ କହିଛନ୍ତି ପ୍ରହ୍ଲାଦ ମୋଦୀ। ପ୍ରହ୍ଲାଦ ମୋଦୀ କର୍ଣ୍ଣାଟକର ମେଙ୍ଗାଲୁରୁ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନର ଫଳାଫଳ ୨୦୧୪ର ପରିଣାମକୁ ଦୋହରାଇବ। ଏଠାରେ ସ୍ମରଣଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୮୨ଟି ଲୋକସଭା ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପ୍ରହ୍ଲାଦ ମୋଦୀ ମେଙ୍ଗାଲୁରୁକୁ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଆସିଥିଲେ।

By amfnews

Related Post