Sat. Aug 15th, 2026

ହାତୀ ହାବୁଡ଼ରେ ପଡ଼ି ଯୁବକ ମୃତ

262 Views

ସମ୍ବଲପୁର : ରବିବାର ସନ୍ଧ୍ୟା ବେଳେ ବାମରା ବ୍ଲକ୍‌ ଅନ୍ତର୍ଗତ ଗରପୋଷ ନିକଟବର୍ତ୍ତୀ ଜଙ୍ଗଲିଆ ରାସ୍ତାରେ ହାତୀ ହାବୁଡ଼ରେ ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି।

ମୃତ ଯୁବକ ହେଉଛନ୍ତି ମହୁଲମୁଣ୍ଡା ଗାଁର ସୁନୀଲ ଏକ୍କା। ଡୁମେରୁମୁଣ୍ଡାରୁ ଗାଁକୁ ଫେରୁଥିବା ବେଳେ ସୁନୀଲ ଗୋଟାଏ ହାତୀ ହାବୁଡ଼ରେ ପଡ଼ିଯାଇଥିଲା। ହାତୀଟି ତାଙ୍କୁ ଦଳି ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସୋମବାର ସକାଳୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ଷତିପୂରଣ ଆଦି ଦାବି କରି ସ୍ଥାନୀୟ ଲୋକେ ପାଟିତୁଣ୍ଡ କରୁଛନ୍ତି।

By amfnews

Related Post