Fri. Sep 4th, 2026

ପାଟଣାଗଡ଼ରୁ ୧୮ ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ, ମଦ ବଦଳରେ କଫ ସିରପର ହେଉଥିଲା ଉପଯୋଗ

275 Views

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ ହୋଇଥିବା ଖବର ମିଳିଛି। ପାଖାପାଖି ୧୦୦ କାର୍ଟୁନରେ ରଖାଯାଇଥିଲା ଏହି କଫ୍ ସିରପ ବୋତଲ।ଏହି କଫ ସିରପକୁ ମଦ ବଦଳରେ ପିଆଯାଉଥିବାର ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନାର ଲୁଇସିଂହାର ଏକ ଗୋଦାମରୁ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଜବତ କରାଯାଇଛି।

ତେବେ ୧୮ ହଜାରରୁ ଅଧିକ ବୋତଲ କଫ୍ ସିରପ ରଖିଥିବା ଲୋକଜଣକ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ସେ କିପରି ଏବଂ କେଉଁଠାରୁ ଏତେ ମାତ୍ରରେ କଫ୍ ସିରପ ବୋତଲ ଆଣିଥିଲା ତାର ତଦନ୍ତ ଆରମ୍ଭ କରିଛି ପାଟଣାଗଡ଼ ପୁଲିସ। ଏହାଛଡ଼ା ଫେରାର ଅଭିଯୁକ୍ତକୁ ଧରିବାଲାଗି ବି ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି।

Image result for patnagarh police station

ସୂଚନାଯୋଗ୍ୟ ଦୁଇ ଦିନ ତଳେ ବଲାଙ୍ଗୀରରୁ ୧୦ ହଜାରରୁ ଅଧିକ ବୋତଲ ଏଭଳି କଫ୍ ସିରପ ଜବତ ହୋଇଥିଲା। ଜିଲ୍ଲା ପ୍ରଶାସନର ତତ୍ପରତା ସତ୍ତ୍ୱେ କଫ୍ ସିରପ ଚାଲାଣ ବନ୍ଦ ହେଉନଥିବାର ଅଭିଯୋଗ ହେଉଛି।

By amfnews

Related Post