Fri. Apr 24th, 2026

୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କଲେ ଉତ୍ତର ପ୍ରଦେଶର ଯୋଗୀ ସରକାର

187 Views

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଅନେକ ବିଲରେ ନଡା ଜଳାଇବା ଘଟଣାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏହା ବାବଦରେ ୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କରିଛନ୍ତି । ନଡ଼ା-ପାଳ ଜଳାଇବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି କାରଣରୁ ରାଜ୍ୟରେ ଓ ରାଜ୍ୟକୁ ଲାଗିଥିବା ଅନ୍ୟ ଅଂଚଳରେ ପ୍ରଦୂଷଣ ବଢୁଛି । ଏଥି ପାଇଁ ଏହା ନିୟନ୍ତ୍ରଣ କରାଯିବା ଦରକାର । ଏସଂପର୍କରେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଆର.କେ ତିୱାରୀ କହିଛନ୍ତି, ଜିଲ୍ଲାପାଳଙ୍କୁ ନିୟନ୍ତ୍ରଣ ନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ଶ୍ରୀ ତିୱାରୀ କହିଛନ୍ତି ଯେ, ରାଜ୍ୟର ବିଲଗୁଡ଼ିକରେ ନଡା ଓ ପାଳ ଜଳାଇବା ମାମଲା ବଢ଼ିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ବି ପୂର୍ବରୁ ଆଦେଶ ଦେଇଥିଲେ ରାଜ୍ୟ ସରକାର ।

ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗର, ବାଗପତ, ମେରଠ, ବୁଲନ୍ଦ ସହର, ହାପୁଡ, ଶାମଲୀ, ଫିରୋଜାବାଦ, ହାଥରସ, ସମ୍ଭଲ, ମୁରାଦାବାଦ, ବଦାୟୁ, ଜ୍ୟୋତିବା ଫୁଲେ ନଗର, ଫରୁଖାବାଦ, କାନପୁର ଗ୍ରାମାଂଚଳ, ଲଲିତପୁର, ବାନ୍ଦା, ଜାଲୌନ, କନୌଜ, ଆମେଥି, ହମୀରପୁର, ଭଦୋହୀ, ଚିତ୍ରକୁଟ, ମହୋବା ଓ ଅନ୍ୟ କିଛି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି । ଯୋଗୀ ସରକାର ଏହା ପୂର୍ବରୁ ୧୦ଟି ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାରେ ନଡ଼ା-ପାଳ ଜଳାଇବା ବନ୍ଦ କରାନ୍ତୁ ବୋଲି ନୋଟସ ଜାରି କରିଥିଲେ ।

By amfnews

Related Post