Mon. Apr 27th, 2026

ସୁଷମା ସ୍ୱରାଜଙ୍କ ଆସନରୁ ଲଢ଼ିବେ ଶିବରାଜ ସିଂହ ଚୌହ୍ଵାନ !

160 Views

ଭୋପାଳ,ଜାନୁଆରୀ ୧୪  :ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସବୁଠାରୁ କୌତୁହଳର ବିଷୟ ହେଲା ଯେ ଭାରତୀୟ ଜନତା ପାର୍ଟି ଶିବରାଜ ସିଂହଙ୍କୁ ବିଦିଶାରୁ ପ୍ରାର୍ଥୀ କରିବ। ଏହି ଆସନରୁ ଏକଦା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିର୍ବାଚନ ଲଢିଥିଲେ। ଏବେ ବିଦିଶାର ଲୋକସଭା ସଦସ୍ୟ ଅଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ତେବେ ସୁଷମା ବ୍ୟକ୍ତିଗତ କାରଣରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରିବେ ନାହିଁ ବୋଲି ବହୁ ଆଗରୁ ଘୋଷଣା କରିସାରିଛନ୍ତି। ଏହି କାରଣରୁ ବିଦିଶା ଭଳି ମର୍ଯ୍ୟାଦାଜନକ ଆସନରୁ ଭାରତୀୟ ଜନତା ପାର୍ଟି ଶିବରାଜ ସିଂଙ୍କୁ ପ୍ରାର୍ଥୀ କରାଇବା ସପକ୍ଷରେ ରହିଛି।


ନିକଟରେ ଶିବରାଜ ସିଂହଙ୍କୁ ଭାରତୀୟ ଜନତା ପାର୍ଟିର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏଣୁ ଦଳ ତାଙ୍କୁ କେନ୍ଦ୍ରକୁ ଆଣିବା ଲାଗି ଯୋଜନା ଚଳାଇଥିବା କୁହାଯାଉଛି। ତେବେ ଏସଂପର୍କରେ ଦଳର କେନ୍ଦ୍ରୀୟ ସମିତି ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଶିବରାଜ ସିଂହଙ୍କ ବଦଳରେ ଭାଜପା ବିରୋଧୀ ଦଳ ନେତାଭାବେ ଗୋପାଳ ଭାର୍ଗବଙ୍କୁ ମନୋନୀତ କରିଛନ୍ତି।

By amfnews

Related Post