Sat. Oct 17th, 2026

ବେତନଟୀ: ଜେଜେବାପାଙ୍କୁୁ ମକର ଖର୍ଚ୍ଚ ମାଗିଥିଲା, ଟଙ୍କା ନଦେବାରୁ ଛେଚିଛୋଟି ହତ୍ୟା କଲା ନାତି

267 Views

ବେତନଟୀ,ଜାନୁଆରୀ ୧୪  : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ହାଟରୁ ହାଣ୍ଡିଆ ପିଇ ଆସିବା ପରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାର ଜେଜେବାପାକୁ ଏକ କାଠ ମୋଗରରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ନାତିକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ଥିଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ସାପ୍ତାହିକ ହାଟ। ଏହି ହାଟକୁ ଯାଇ ଗାଁର ବେଣୁଧର ଦେହୁରୀ(୭୦ ବର୍ଷ)ଙ୍କ ନାତି କାଳିଆ ଓରଫ ରାମଚନ୍ଦ୍ର ଦେହୁରୀ(୨୫ ବର୍ଷ) ହାଣ୍ଡିଆ ପିଇ ସନ୍ଧ୍ୟା ବେଳକୁ ଘରକୁ ଆସିଥିଲା। ପରେ ନିଶାସକ୍ତ ଅବସ୍ଥାରେ ଜେଜେ ବାପାଙ୍କୁ ମକର ଖର୍ଚ୍ଚ ପାଇଁ ୧୦୦୦ଟଙ୍କା ମାଗିଥିଲା। ଜେଜେବାପା ଟଙ୍କା ଦେବାକୁ ମନା କରି ଦେବାରୁ କାଳିଆ ଘରର ସାମଗ୍ରୀ ଫୋପଡ଼ା ଫିଙ୍ଗା କରିବା ସହିତ ଜେଜେମାଆ ରମା ଦେହୁରୀଙ୍କୁ ମାଡ଼ ମାରି ଥିଲା।

ସ୍ତ୍ରୀଙ୍କୁ ମାଡ଼ ହେଉଥିବା ଦେଖି ସ୍ୱାମୀ ବେଣୁଧର ଦେହୁରୀ ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ଏକ କାଠ ମୋଗର୍‌ରେ ବେଣୁଧରଙ୍କୁ ପିଟିଥିଲା। ବେଣୁଧର ପଡ଼ିଯିବା ପରେ ତାଙ୍କ ବେକରେ ଏହି କାଠ ମୋଗର୍‌ ପକାଇ ଚିପି ଧରି କାଳିଆ ଜେଜେ ବେଣୁଧରଙ୍କୁ ହତ୍ୟା କରିଥିଲା। ଖବରପାଇ ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଭିଯୁକ୍ତ କାଳିଆ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଧରି ଏକ ଗଛରେ ବାନ୍ଧି ଦେଇଛି।

By amfnews

Related Post