Sat. Jul 25th, 2026

ଗର୍ଭବତୀ କଥାକୁ ଅସ୍ୱୀକାର , ହେଲେ ଏକଥାକୁ ସ୍ୱୀକାର କଲେ ନରଗୀସ୍‌ ଫାଖ୍‌ରୀ

214 Views

ମୁମ୍ବାଇ,ଜାନୁଆରୀ ୧୪ : ବଲିଉଡର ହଟ୍‌ ନାୟିକା ନରଗୀସ୍‌ ଫାଖ୍‌ରୀ ଆଜିକାଲି ଗର୍ଭବତୀ ଥିବାନେଇ ଚର୍ଚ୍ଚାରେ ଅଛନ୍ତି ।ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି।।
ଫିଲ୍ମ ‘ରକଷ୍ଟାର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ନରଗୀସ୍‌ ଫାଖ୍‌ରୀ।ଏହି ସିନେମାରେ ନରଗୀସ୍‌ଙ୍କୁ ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।‘ରକ୍‌ଷ୍ଟାର୍‌’ହିଟ୍‌ ହୋଇଥିଲେ ବି ନରଗୀସ୍‌ଙ୍କ କ୍ୟାରିଅର୍‌ ଠିକ୍‌ ରୂପ ନେଇ ପାରି ନଥିଲା।ଏହାପରେ ନରଗୀସ ବରୁଣ ଧଓ୍ଵନ୍‌,ଜନ୍‌ ଆବ୍ରାହମ୍‌,ସଲମାନ୍‌ ଖାନ୍‌ ,ଋତେଶ ଦେଶମୁଖ ଓ ଇମ୍ରାନ୍‌ ହାସମୀଙ୍କ ଭଳି ଆଗ ଧାଡିର ଷ୍ଟାରଙ୍କ ସହିତ କାମ କରିବା ବେଳେ ତାଙ୍କୁ ଅସୁବିଧା ହୋଇଥିଲା ବୋଲି ନରଗୀସ କହିଛନ୍ତି।


କ୍ରିକେଟ୍‌ର ମହମ୍ମଦ ଆଝାରୁଦ୍ଦିନଙ୍କ ବାୟୋପିକ୍‌ ଫିଲ୍ମ ‘ଅଜହର’ରେ ପ୍ରଥମ ଥର ପାଇଁ ଇମ୍ରାନ୍‌ ହାସମୀଙ୍କ ସହ କାମ କରୁଥାନ୍ତି ନରଗୀସ୍‌। ଏହି ଫିଲ୍ମରେ ଥିବା ଏକ ଗୀତର ସୁଟିଂ ସମୟରେ ଇମ୍ରାନ୍‌ଙ୍କ ସହିତ ନରଗୀସଙ୍କର କେତେକ କିସିଂ ସିନ୍‌ ସୁଟ୍‌ କରାଯାଇଥିଲା। ଏହି ସିନର ସୁଟିଂ ସମୟରେ ଅନେକ ଥର ତାଙ୍କୁ ରିଟେକ୍‌ ଦେବାକୁ ପଡ଼ିଥିଲା। ବାରମ୍ବାର ଇମ୍ରାନ୍‌ ହାସମୀଙ୍କ ସହିତ କିସ୍‌ ସିନ୍‌ କରିବାକୁ ତାଙ୍କୁ ଭଲ ଲାଗି ନଥିଲା ବୋଲି କହନ୍ତି ନରଗୀସ୍‌ ଫାଖ୍‌ରୀ।ସେଟ୍‌ରେ ଏହି ସିନ୍‌ର ସୁଟିଂ ବେଳେ ଉପସ୍ଥିତି ଥିବା ଲୋକେ ତାଙ୍କୁ ଥଟ୍ଟା କରିଥିଲେ ବୋଲି ବି ନରଗୀସ କହିଛନ୍ତି।

By amfnews

Related Post