Sun. Oct 18th, 2026

ବାଲୁକା କଳା ମାଧ୍ୟମରେ କରୋନା ଭୂତାଣୁ ନେଇ ସଚେତନତା

188 Views

ପୁରୀ : ଆଜି ରଙ୍ଗର ପର୍ବ ହୋଲି। ଏହି ଉତ୍ସବ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ନେଇ ସଚେତନ କରାଇଛନ୍ତି। ପୁରୀ ଲାଇଟ୍ ହାଉସ ପାଖ ବେଳାଭୂମିରେ ବାଲିରେ ମୂର୍ତ୍ତି କରି ସେ  ଲୋକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି।

ଭାଇରସ କ୍ଷୀପ୍ର ଗତିରେ ବ୍ୟାପୁଥିବାରୁ ଏଥିଲାଗି ସତର୍କ ରହିବାକୁ  ମାନସ ସାହୁ ବାର୍ତ୍ତ  ଦେଇଛନ୍ତି। ବାଲୁକାକଳାରେ ସେ  କରୋନାକୁ ରାକ୍ଷସ ଭାବେ ପ୍ରଦର୍ଶିତ କରିଛନ୍ତି। ୧୫ ଫୁଟ୍ ଓସାରର ଏହି ବାଲୁକା କଳା ଲାଗି ୧୫ ଟନ୍ ବାଲି  ବ୍ୟବହାର  କରାଯାଇଛି।

By amfnews

Related Post