Thu. Jun 11th, 2026

ପୁଲିସ୍‌କୁ ଦେଖି ଦ୍ରୁତଗତିରେ ପଳାଉଥିଲା, ଓଲଟି ପଡ଼ିଲା

197 Views

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ଗୋଲାଗାଓଁ ନିକଟରେ ଆଜି ଭୋରରେ ଏକ ଗୋରୁ ବୋଝେଇ ପିକ୍ଅପ୍‌ ଭ୍ୟାନ ଓଲଟି ପଡ଼ିବାରୁ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇନ୍ତି।

ଆଜି ଭୋରରେ ଗୋଲାଗାଓଁ ନିକଟରେ ପୁଲିସ୍‌ ଗାଡ଼ି ପାଟ୍ରୋଲିଂ କରୁଥିଲା। ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ପୁଲିସ୍‌କୁ ଦେଖି ଗାଡ଼ିକୁ ଦ୍ରୁତ ଗତିରେ ନେଇ ଚାଲିଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

କଳିଙ୍ଗ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁ ଗୁଡ଼ିକୁ ସ୍ଥାନାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

By amfnews

Related Post