Sun. Oct 18th, 2026
301 Views

ଉମରକୋଟ : ମଶାଣିରୁ ଜଣେ ନାବାଳିକାଙ୍କ ମୃତଦେହକୁ କେହି ଦୁର୍ବୃତ୍ତ ଖୋଳି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ପରିବାର ଲୋକେ ଗାଁ ମଶାଣିରେ ପୋତି ଦେଇଥିଲେ। ତେବେ ଆଜି ସକାଳେ ଶବ ପୋତା ସ୍ଥାନ ଅଧା ଖୋଳାଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଝିଅର ମୃତଦେହକୁ କେହି ଦୁର୍ବୃତ୍ତ ମଶାଣିରୁ ବାହାର କରି ନେଇଥିବା ପରିବାର ଲୋକେ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post