Thu. May 14th, 2026

‘ନିୟମଗିରିରେ ପୁଲିସ ଦମନ ବନ୍ଦ କର’

????????????????????????????????????
179 Views

ଭୁବନେଶ୍ୱର : ନିୟମଗିରି ସୁରକ୍ଷା ସମିତିର ସଂଗଠକ ତଥା ଜନଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟର ଆବାହକ ଲିଙ୍ଗରାଜ ଆଜାଦଙ୍କୁ ମିଥ୍ୟା ମାମଲାରେ ପୁଲିସର ଗିରଫକୁ ବିରୋଧ ଓ ତାଙ୍କର ଖାଲସ ଏବଂ ସିଆରପିଏଫ କ୍ୟାମ୍ପ ଉଠାଇବା ଦାବିରେ ଆଜି ଲୋୟର ପିଏମ୍‌ଜି‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ନିୟମଗିରିର ଦୁଇ ଶହରୁ ଅଧିକ ଆଦିବାସୀ। ଆଦିବାସୀ ଯୁବତୀ ଓ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇଥିବାବେଳେ ଯୁବକମାନେ ହାତରେ କୁରାଢ଼ି, ଢାଲ ଓ ଠେଙ୍ଗା ଆଦି ଧରି ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ପଟୁଆରରେ ବାହାରି ଲୋ‌ୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ଜନ ଆନ୍ଦୋଳନର ନେତୃମଣ୍ଡଳୀ ସାମିଲ ହୋଇ ଦାବିକୁ ସମର୍ଥନ ଦେଇଛନ୍ତି।

ପ୍ରତିବାଦ ସଭାରେ ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ,ତପନ ମିଶ୍ର, ମହେନ୍ଦ୍ର ପରିଡ଼ା,ମାନସ ପଟ୍ଟନାୟକ, ଚନ୍ଦ୍ରନାଥ ଦାନୀ, ରାଧାକାନ୍ତ ସେଠୀ, ସିକୋ କଲବ, ଚନ୍ଦ୍ର ମାଝୀ, କୃଷ୍ଣ ସିକୋ, ସୁବାସ ପୁଲକିଆ, ଜୟନ୍ତ ଦାସ, ମଧୁସୂଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ସ୍ବାତୀ ମିଶ୍ର, ଲେନିନ ପ୍ରମୁଖ ସାମଲି ହୋଇଥଲେ।

ଏହାପରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ସମାଜବାଦୀ ଜନ ପରିଷଦର ଅଫଲାତୁନ,ଜୋଶୀ ଜ୍ୟାକବ, ନିୟମଗିରି ସୁରକ୍ଷା ସମିତିର ସଭାପତି ଦଧି ପୁଷିକା ଓ ରାଜକିଶୋର ପ୍ରମୁଖ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତକରି ଲିଙ୍ଗରାଜଙ୍କ ଖଲାସ ସହ ନିୟମଗିରିବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ।

By amfnews

Related Post