Tue. Sep 15th, 2026
Summer heat on the thermometer
226 Views

ଭୁବନେଶ୍ବର : ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବଢ଼ୁଛି ତାତି। ୧୨ଟି ସହରର ତାପମାତ୍ରା ଇତି ମଧ୍ୟରେ ୩୫ ଡିଗ୍ରି ଟପିଲାଣି। ମାଲକାନଗିରିର ତାପମାତ୍ରା ଲଗାତାର ୩୮ ଡିଗ୍ରି ଉପରେ ରହୁଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ବର ଓ କଟକରେ ବି ଆଜି ଦିନର ତାପମାତ୍ରା ୩୬.୨ ଡିଗ୍ରି ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ସହରର ତାପମାତ୍ରା ଦେଢ଼ ଡିଗ୍ରି ବୃଦ୍ଧି ପାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆନୁଯାୟୀ ୧୩ ତାରିଖ ଅପରାହ୍‌ଣ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ପାର ହୋଇପାରେ। ଏହାପରେ ପାଗରେ ପରିବର୍ତନ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଆଦି ସ୍ଥାନରେ ପାଗ କୋହଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ୧୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନୟାଗଡ଼, କନ୍ଧମାଳ ଜିଲ୍ଲାରେ କାଳ‌ବୈଶାଖୀ ଓ ବଜ୍ରପାତର ଆଶଙ୍କା ରହୁଛି।

By amfnews

Related Post