Thu. Oct 8th, 2026

୧୬ ସନ୍ଧ୍ୟା ବା ୧୭ ତାରିଖ ସକାଳେ ପ୍ରକାଶ ପାଇବ ଓଡ଼ିଶାପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

194 Views

ନୂଆଦିଲ୍ଲୀ : ଚଳିତ ମାସ ୧୬ ତାରିଖ ସନ୍ଧ୍ୟା ବା ୧୭ ତାରିଖ ସକାଳେ ଓଡ଼ିଶାର କଂଗ୍ରେସ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି। ନୂଆଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ସ୍କ୍ରିନିଂ କମିଟି ବୈଠକ ଆଜି ଭୋର ତିନିଟାଯାଏଁ ଚାଲିଥିଲା।। ଏଥିରେ ଓଡ଼ିଶାର ୭ଟି ଲୋକସଭା ଏବଂ ୫୦ଟି ବିଧାନସଭାର ପ୍ରାର୍ଥୀ ତାଲିକାକୁ ଅନ୍ତିମ ରୂପ ଦିଆଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟର ନିର୍ବାଚନ ସାମ୍ନା କରୁଥିବା ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଳାହାଣ୍ଡି ଆସନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, କୋରାପୁଟ ଆସନରୁ ସପ୍ତଗିରି ଉଲାକା ଏବଂ ବ୍ରହ୍ମପୁର ଆସନରୁ ଭି ,ଚନ୍ଦ୍ରଶେଖର ନାଇଡୁଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଦଳର ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କ ନାମ ବି ୧୬ ତାରିଖ ବା ୧୭ ତାରିଖରେ ପ୍ରକାଶ ପାଇବ।

By amfnews

Related Post