Mon. Sep 7th, 2026

ନିରବ ମୋଦିଙ୍କ ଭାଇଙ୍କ ନାଁରେ ରେଡ୍‌ କର୍ଣ୍ଣର ନୋଟିସ୍‌

224 Views

ନୂଆଦିଲ୍ଲୀ  :   ପଳାତକ ନିରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଆଜି ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି। ତାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିପାଇଁ ବେଲଜିୟମର ନାଗରିକତ୍ୱ ଗ୍ରହଣ କରିଥିବା ନେହାଲ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ବେଲଜିୟମର ଅନ୍ତରେପରେ ଜନ୍ମ ଗ୍ରହଣ କରିଥିବା ନେହାଲ ଦୀପକ ମୋଦି ଇଂରାଜୀ, ହିନ୍ଦୀ ଓ ଗୁଜରାଟୀ ଭାଷା ଜାଣିଛନ୍ତି। ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇ ଯାଇଛନ୍ତି। ଏହାର ତଦନ୍ତ ବେଳେ ଇଡି ନେହାଲ ମୋଦି ପ୍ରମାଣ ନଷ୍ଟ କରିବା ଏବଂ ଏହି ଅର୍ଥ ହେରଫେର କରିବାରେ ତାଙ୍କ ଭାଇ ନିରବ ମୋଦିଙ୍କୁ ସହଯୋଗ କରୁଥିବା ଜାଣିବାକୁ ପାଇଥିଲା।

ଏଥିପାଇଁ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ନେହାଲ ଭାଇ ନିରବଙ୍କୁ ସହଯୋଗ କରିଥିବାରୁ ତାଙ୍କ ନାଁରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବାକୁ ଇଡି ଇଣ୍ଟରପୋଲକୁ କହିଥିଲା। ଶେଷରେ ଇଣ୍ଟରପୋଲ ନେହାଲଙ୍କ ନାଁରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି। ନେହାର ଆମେରିକାରେ ହୀରା ବ୍ୟବସାୟ କରୁଥିବା ଜଣାପଡ଼ିଛି।

By amfnews

Related Post