Mon. Sep 7th, 2026

ପାକିସ୍ତାନ ପାଇଁ ତଥ୍ୟ ସଂଗ୍ରହ କରୁଥିଲା, କାବୁ କଲେ ସୁରକ୍ଷାକର୍ମୀ

207 Views

ଜୟପୁର: ରାଜସ୍ଥାନର ବାରମେରରୁ ଆଜି ସୁରକ୍ଷାକର୍ମୀ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛନ୍ତି। ଏହି ଗୁପ୍ତଚର ଜଣଙ୍କ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ସେ ପାକିସ୍ତାନ ଆର୍ମି ସହାୟତାରେ ବାରମେର ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲା। ଏଠାରେ ମୁତୟନ ହୋଇଥିବା ଭାରତୀୟ ସେନା ଓ ବିଏସ୍‌ଏଫ୍‌ ଯବାନଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବାକୁ ପାକିସ୍ତାନ ଉକ୍ତ ଗୁପ୍ତଚରକୁ ଭାରତ ପଠାଇଥିଲା।

ଏହି ଗୁପ୍ତଚର ଜଣଙ୍କ ନାଁ କିଶୋର ଏବଂ ତାକୁ ଅଧିକ ପଚରାଉଚରା ପାଇଁ ଜୟପୁରକୁ ନିଆଯାଇଛି। ସୀମାନ୍ତରେ ଲାଗିଥିବା ବ୍ୟାରିକେଡ୍‌ରେ ଆଣ୍ଠେଇ ଆଣ୍ଠେଇ କିଶୋର ଭାରତରେ ପ୍ରବେଶ କରିଥିଲା।

ତେବେ ପ୍ରଥମେ ଗାଁ ଲୋକମାନେ ତା’ର ଗତିବିଧି ଉପରେ ସନ୍ଦେହ କରି ତାକୁ ଅଟକ ରଖିଥିଲେ। ସୁରକ୍ଷାକର୍ମୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କିଶୋରକୁ ନିଜ ହେପାଜତକୁ ଆଣିଥିଲେ। ଜେରା ବେଳେ କିଶୋର ପାକିସ୍ତାନରେ ଥିବା ତା’ର ଜଣେ ସମ୍ପର୍କୀୟ ମାମୁର କହିବା ଅନୁସାରେ ଭାରତରେ ପ୍ରବେଶ କରିଥିବା ସ୍ୱୀକାର କରିଛି।

ପ୍ରଥମେ କିଶୋର ଟ୍ରେନ୍‌ ଯୋଗେ ଖୋଖାରପରକୁ ଆସିଥିଲା। ସେଠାରୁ ପାକିସ୍ତାନ ସେନା ତା’କୁ ସୀମା ପାର କରାଇବାରେ ସହଯୋଗ କରିଥିଲେ। ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଆଖିରୁ ବର୍ତ୍ତିବା ପାଇଁ କିଶୋର ସବୁଜ ରଙ୍ଗର ପୋଷାକ ପିନ୍ଧିଥିଲା। କିଶୋର ଭାରତୀୟ ସୁରକ୍ଷାକର୍ମୀଙ୍କ ସମ୍ପର୍କରେ ସୂଚନା ଦେବା ପରେ ପାକିସ୍ତାନ ସେନା ଓ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ତଦ୍‌ନୁଯାଇ ଯୋଜନା କରିଥାଆନ୍ତେ ବୋଲି ଜଣାପଡ଼ିଛି।

By amfnews

Related Post