Fri. Sep 11th, 2026

ଦୁଇ ନାବାଳିକା ଅପହରଣ ଘଟଣାରେ ୨ ଗିରଫ

217 Views

ପୁରୁଣା ଭୁବନେଶ୍ୱର, ନଭେମ୍ବର ୨୯: ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣା ଅଞ୍ଚଳରୁ ଦୁଇ ନାବାଳିକାଙ୍କୁ ଅପହରଣ ଘଟଣାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ରାମେଶ୍ବର ମହନୀ ସାହିର ନିଲୁ ସର୍ଦାର ସିଂ(୨୧) ଓ ଗୋଡ଼ି ପୋଖରୀ ସାହିର ବିଭୂତି ଡାକୁଆ(୧୮)। ପୁଲିସ ସୂଚନା ଅନୁଯାୟୀ ଗତ ୧୮ତାରିଖରେ ନାବାଳିକା ଦ୍ବୟ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟକୁ ପଢ଼ିବାକୁ ଯାଇଥିଲେ। ହେଲେ ସେମାନେ ଘରକୁ ଫେରି ନଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ପୁଲିସ ସେମାନଙ୍କୁ ନୟାଗଡ଼ରୁ ଉଦ୍ଧାର କରିବା ସହ ବିଭୂତି ଓ ନିଲୁକୁ ଅଟକ ରଖିଥିଲା।  ନାବାଳିକାଙ୍କ ବୟାନ ରେକର୍ଡ ପରେ ଅଜି ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

By amfnews

Related Post