Thu. May 14th, 2026

ବିବାହ ପୂର୍ବରୁ ଝିଅ ଅନ୍ତସତ୍ତ୍ୱା ହେବାରୁ ପିତା ପାଲଟିଲା ହତ୍ୟାକାରୀ

139 Views

ମୁମ୍ବାଇ, ନଭେମ୍ବର ୨୯: ମହାରାଷ୍ଟ୍ରର ଜଲନାରେ ବିବାହ ପୂର୍ବରୁ ଝିଅ ଗର୍ଭବତୀ ହେବା ଖବର ଶୁଣିବା ପରେ ବାପା ସାଜିଲା ହତ୍ୟାକରୀ। ରାଗରେ ପିତା ନିଜ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ପୁନେର ଏକ ଘରୋଇ ସଂସ୍ଥାରେ ମୃତକ ଛାୟା ଡୁକରେ (୨୦) କାମ କରୁଥିଲା। ସେଠାରେ ଛାୟାଙ୍କ ସହକର୍ମୀ ଶୁଭମଙ୍କ ସହ ଛାୟାଙ୍କର ଧିରେ ଧିରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଛାୟା ଶୁଭଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଗଲା । ଛାୟାର ପରିବାର ଲୋକେ ଏକଥା ଜାଣିବା ପରେ ଶୁଭଙ୍କ ସହ ବିବାହ ସ୍ଥିର କରିଥିଲେ । ବିବାହ ଦିନ ଶୁଭମଙ୍କୁ ଛାୟା ପରିବାର ଲୋକେ ବାରମ୍ବାର ଫୋନ କରି ବିହାହ ପାଇଁ ଡାକିଥିଲେ ।କିନ୍ତୁ ଶୁଭମଙ୍କ ଫୋନ ଆଉ ଲାଗି ନଥିଲା।

ଏହି ଘଟଣା ପରେ ଛାୟାଙ୍କ ବାପା ସମଧାନ (୪୫)ଙ୍କ ଆତ୍ମସମ୍ମାନରେ ଆଞ୍ଚ୍‌ ଆସିଥିଲା। ନିଜ ସମ୍ମାନକୁ ବଜାୟ ରଖିବାକୁ ଯାଇ ଝିଅକୁ ହତ୍ୟା କରିବାକୁ ପଛେଇଲେ ନାହିଁ ସମଧରନ। ସମଧାନ ୩ଜଣ ସମ୍ପର୍କୀୟଙ୍କ ସହ ମିଶି ଛାୟାଙ୍କୁ ଅମାନୁଷିକ ଭାବେ ହତ୍ୟା କରି ସହର ବାହାରେ ମରଶରୀରକୁ ଫିଙ୍ଗିଦେଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ସମଧାନଙ୍କୁ ଅଟକ ରଖି ପଚରାଉଚୁରା କରିବା ସମୟରେ ସମଧାନ ନିଜର ଦୋଷ ସ୍ୱୀକାର କରିଥିଲା।

By amfnews

Related Post