Fri. Apr 24th, 2026

ଜମ୍ମୁ ଓ କଶ୍ମୀର: ପୁଲ୍‌ଓ୍ଵାମାର ଖ୍ରୀଉ ଠାରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଦୁଇ ଆତଙ୍କବାଦୀ ନିହତ

180 Views

ଶ୍ରୀନଗର, ନଭେମ୍ବର ୨୯: ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଅଞ୍ଚଳରେ ଗୁରୁବାର ପ୍ରତ୍ୟୁଷ ଏନ୍‌କାଉଣ୍ଟର୍‌ ଯୋଗୁଁ ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲ୍‌ଓ୍ଵାମାର ଖ୍ରୀଉ ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।

ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ନିଶ୍ଚିତ କରି ଜମ୍ମୁ ଓ କଶ୍ମୀର ପୁଲିସ କହିଛି ଯେ ଏନ୍‌କାଉଣ୍ଟର୍‌ ସମୟରେ ବିଶେଷ କୌଣସି କ୍ଷୟକ୍ଷତି ହୋଇନାହିଁ।

ଏଯାବତ୍‌ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ।

ପୁଲିସ କହିଛି: ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନ୍‌କାଉଣ୍ଟର୍‌ ସମୟରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଆତଙ୍କବାଦୀମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି।‘କଶ୍ମୀର ମନିଟର୍‌’ର ସମ୍ପାଦକ ଶୁଜାତ୍‌ ବୁଖାରିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ମହମ୍ମଦ ନବୀଦ ଜାଟ୍‌ଙ୍କୁ ବୁଧବାର ଦିନ ଗୁଳି ମାରି ହତ୍ୟା କରାଯିବା ପରେ ଗରୁବାର ପ୍ରତ୍ୟୁଷରେ ପୁଣି ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

By amfnews

Related Post