Sat. Jul 4th, 2026

ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌; ୨ ମୃତ

216 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଚଟି ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ବାଇକ୍‌ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ପରିଚୟ ଜଣାପଡ଼ି ନାହିଁ।  ଖବର ପାଇ ଗୋଳନ୍ଥରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରାତିରେ ବାଇକ୍‌ରେ ୩ ଜଣ ଥିବା ବେଳେ ତାହା ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ବାଇକ୍‌ଟି ଆଗରେ ଯାଉଥିବା ଟ୍ରକ୍‌ ସହ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି।

By amfnews

Related Post