Sat. May 23rd, 2026

ଆଜି ରାଜ୍ୟ ବଜେଟ୍‌; ଫୋକସ୍‌ରେ ଫାଇଭ୍ ଟି, ମୋ’ ସରକାର

194 Views

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌ ଉପସ୍ଥାପନ କରିବେ। ଏଥର ରାଜ୍ୟ ବଜେଟ୍‌ର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି।

ଚଳିତ ବଜେଟ୍‌ରେ ଫୋକସ୍‌ରେ ରହିପାରେ ଫାଇଭ୍ ଟି, ମୋ’ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଗଲେ କିଭଳି ବ୍ୟୟ ବରାଦ ହେବ ତା ଉପରେ ମଧ୍ୟ ନଜର ରହିଛି।

ବିଗତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬.୧୬ ପ୍ରତିଶତକୁ ଖସିବା ନେଇ ଆକଳନ କରାଯାଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ତେବେ ଚଳିତ ବର୍ଷ ମୁଣ୍ଡ ପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହା କମ୍ ରହିଛି ।

By amfnews

Related Post