Sun. Aug 23rd, 2026

ଘାଟି ତଳକୁ ଖସି ପଡ଼ିଲା ବସ୍: ୩୩ ମୃତ, ୨୨ ଆହତ

234 Views

ଶ୍ରୀନଗର : ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ମିନି ବସ୍‌ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା। ତେବେ ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ସକାଳ ପ୍ରାୟ ସାଢ଼େ  ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।

By amfnews

Related Post