Sun. Sep 13th, 2026

ଫୁଲ ତୋଳୁଥିବା ବେଳେ ପିଟି ଦେଲା ଅଜଣା ଗାଡ଼ି

214 Views

ଆସିକା  : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଉସ୍ତ ଗାଁରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ‍ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧା ସାହୁ (୭୦)। ତାଙ୍କ ଘର ସେହି ଗାଁର ରତନମଣୀପୁର ସାହିରେ। ଆଜି ଭୋରରେ ସେ ରାସ୍ତା କଡ଼ରେ ଥିବା ଗଛରୁ ଫୁଲ ତୋଳୁଥିବା ବେଳେ ଏ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ତିନି ଘଣ୍ଟା ଧରି ଦିଗପହଣ୍ଡି-ରାୟଗଡ଼ା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପାଟପୁର ଓ ଦିଗପହଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

By amfnews

Related Post