Fri. May 15th, 2026

ଭଡ଼ା ବୃଦ୍ଧି ଦାବିରେ ତାଳଚେର ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ

245 Views

ଅନୁଗୋଳ : କିଲୋମିଟର ପ୍ରତି ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ  ଗତକାଲି ମଧ୍ୟରାତିରୁ ତାଳଚେର ଟ୍ରକ ମାଲିକ ସଂଘ ଟ୍ରକ୍‌ ଯୋଗେ କୋଇଲା ପରିବହନ ବନ୍ଦ ରଖିଛି। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି l

trauck

ଏହି ଆନ୍ଦୋଳନରେ  ତାଳଚେର ଅଞ୍ଚଳର ପ୍ରାୟ ୭ ହଜାର ଟ୍ରକ୍‌ ସାମିଲ ହୋଇଛନ୍ତି। ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରେ ନିୟୋଜିତ ସମସ୍ତ କୋଇଲା ପରିବହନକାରୀ ଟ୍ରକ୍‌ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଛି ବୋଲି ତାଳଚେର ଟ୍ରକ ମାଲିକ ସଂଘ କହିଛି।

ସରକାର ଏବେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଯେଉଁ ଭଡ଼ା ଧାର୍ଯ୍ୟ କରିଛନ୍ତି ତାହା ଉଚିତ ନୁହେଁ l ବୀମା ଏବଂ ଗାଡ଼ିର ଯନ୍ତ୍ରାଂଶ ଦର ବୃଦ୍ଧି ପାଇଛି। ଏଣୁ ପୂର୍ବ ଦରରେ କୋଇଲା ପରିବହନ ଆଉ ସମ୍ଭବ ନୁହେଁ l ଏଣୁ ଆର.ଟି.ଓ ରିପୋର୍ଟ ଅନୁସାରେ ଗାଡ଼ି ପରମିଟ, ଫିଟନେସ, ଟ୍ୟାକ୍ସ, ଇନ୍‌ସୁରାନ୍ସ ଆଦିକୁ ଦୃଷ୍ଟିରେ ରଖି ସରକାର କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରିବାକୁ ସଂଘ ଦାବି ଜଣାଇଛି l ଠିକ୍‌ ଦର ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି।

By amfnews

Related Post