Sun. Aug 2nd, 2026

ଘରଡିହ ହଡ଼ପ, ଆବାସ ଯୋଜନା ହିତାଧିକାରୀ ହଟହଟା

288 Views

ଶଗଡ଼ା: କଣ୍ଟାମାଳ ବ୍ଲକ୍‌ ଘିକୁଣ୍ଡି ପଞ୍ଚାୟତ ଡିମିରଝୁଲ ଗାଁରେ ଏକ ଚଞ୍ଚକତାପୂର୍ଣ୍ଣ ଘଟଣା ଘଟିଛି। ଗ୍ରାମର ପୀତାମ୍ବର ସୁନା ଗରିବ ହୋଇଥିବା ବେଳେ  ପର୍ଯ୍ୟନ୍ତ କୌଣସି ପ୍ରକାର ସୁବିଧା ସୁଯୋଗ ପାଇନଥିବା ବେଳେ ପୀତାମ୍ବର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ଥିବା ୪ ଡେସିମିଲ୍‌ ଜମିରେ ଦୁତିଆ ନାଗ ନାମକ ଅନ୍ୟ ଜଣେ ବ୍ୟକ୍ତି ଘର କରି ରହିଥିବାରୁ ଅଭିଯୋଗ ଶୁଣାଣି ଶିବିରରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି। ଫଳରେ ଆଗାମୀ ଦିନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ କିଛି ଅଘଟଣ ଘଟିବା ମଧ୍ୟ ଆଶଙ୍କା ରହିଛି। ଏ ବିଷୟରେ ଭିଏଲ୍‌ଡବ୍ଲୁଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣିନାହିଁ, ମୁଁ ବୁଝିକି କହୁଛି ବୋଲି କହିଥିଲେ।

By amfnews

Related Post