Sat. Aug 1st, 2026

ବିଶ୍ୱ ବନ୍ଧୁକଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିଣିଲେ ହୃଦୟ ହଜାରିକା

275 Views

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ), : ଆଜି ଦକ୍ଷିଣକୋରିଆର ଚାଙ୍ଗ୍‌ଓନ ଠାରେ ଚାଲିଥିବା ବିଶ୍ୱ ବନ୍ଧୁକଚାଳନା ପ୍ରତିଯୋଗିତାରେ ଆକର୍ଷଣୀୟ ଳକ୍ଷ୍ୟଭେଦ ଦକ୍ଷତା ପ୍ରଦର୍ଶନ କରି କନିଷ୍ଠ ବର୍ଗରେ ୧୦ ମିଟର ଏୟାର ରାଇଫଲ ବର୍ଗରେ ଭାରତର ହୃଦୟ ହଜାରିକା ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ୧୬ ବର୍ଷିୟ ହୃଦୟ ହଜାରିକା ଫାଇନାଲରେ ତାଙ୍କ ଇରାନୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଏକ ସୁଟ୍‌ ଅଫ୍‌ରେ ମାତ୍ର ୦.୧ ଅଧିକ ସ୍କୋର କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି।

ଫାଇନାଲରେ ଉଭୟ ହୃଦୟ ହଜାରିକା ଓ ତାଙ୍କ ଇରାନୀୟ ପ୍ରତିଦ୍ୱନ୍ଦ୍ୱୀ ଅମୀର ନିକୋନାମ ୨୫୦.୧ ପଏଣ୍ଟ ସ୍କୋର କରିବା ପରେ ସୁଟ୍‌ ଅଫ୍‌ ଜରିଆରେ ସ୍ୱର୍ଣ୍ଣପଦକ ବିଜେତା ସ୍ଥିର କରାଯାଇଥିଲା। ସୁଟ୍‌ ଅଫ୍‌ରେ ହୃଦୟ ହଜାରିକା ଅସୀମ ଧର୍ଯ୍ୟ ଓ ସଞ୍ଜମତା ସହିତ ଚମତ୍କାର ପ୍ରଦର୍ଶନ କରି ୧୦.୩ ପଏଣ୍ଟ ହାସଲ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅମୀର ୧୦.୨ ପଏଣ୍ଟ ହାସଲ କରିଥିଲେ। ଫଳରେ ହୃଦୟ ସ୍ୱର୍ଣ୍ଣପଦକ ଜିଣି ଭାରତୀୟ କନିଷ୍ଠବର୍ଗ ଖେଳାଳିଙ୍କ ବିଜୟ ଧାରେ ନିଜକୁ ସାମିଲ କରିଛନ୍ତି।

By amfnews

Related Post