Sat. Aug 1st, 2026

ପାଟନା ବାସଭବନରେ ଅବସରପ୍ରାପ୍ତ କମିସନର୍‌ ଏବଂ ପତ୍ନୀଙ୍କୁ ହତ୍ୟା

270 Views

ପାଟନା  : ଗୁରୁବାର ରାତିରେ ବିହାରର ପାଟନା ନିକଟବର୍ତ୍ତୀ ବୁଦ୍ଧ କଲୋନି ବାସଭବନରୁ ରହସ୍ୟଜନକ ପରିସ୍ଥିତିରେ ଜଣେ ଅବସରପ୍ରାପ୍ତ କମିସନର୍‌ ଏବଂ ତାଙ୍କ ପତ୍ନୀ ମରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ପଚରା ଉଚୁରା ପାଇଁ ଡ୍ରାଇଭର୍‌ ଏବଂ ଚାକରାଣୀ ସମେତ ଚାରି ଜଣଙ୍କୁ ହାଜତକୁ ନିଆ ଯାଇଛି।

ଜଳସେଚନ ବିଭାଗର ଅବସରପ୍ରାପ୍ତ କମିସନର୍‌ ୮୨ ବର୍ଷିୟ ହରେନ୍ଦ୍ର ପ୍ରସାଦ ଏବଂ ତାଙ୍କ ପତ୍ନୀ ସାଧନା ଗୁପ୍ତ ତାଙ୍କ ବୈଠକଖାନାରେ ପଡ଼ିଥିଲା।

ସେମାନଙ୍କ ଶରୀରରେ କେତେକ ଆଘାତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ସିନିୟର୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମନୁ ମହାରାଜ କହିଛନ୍ତି। ଉଭୟ ପୀଡ଼ିତଙ୍କ ମୁଣ୍ଡରେ ଆଘାତ ଚିହ୍ନ ଥିବା ଦେଖା ଯାଇଛି।

ଏସ୍‌ଏସ୍‌ପି ମହାରାଜଙ୍କ କହିବାନୁସାରେ, ପୀଡ଼ିତାଙ୍କ ଶବ ଦୁଇଟିକୁ ସେମାନଙ୍କର ଆତ୍ମୀୟ ଡାଙ୍କୁ ଡାକ୍ତରଖାନା ନେଇ ଥିଲେ କିନ୍ତୁ, ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା କହିଥିଲେ।

ଘଟନା ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଖୁବ୍‌ ଶୀଘ୍ର ମାମଲାର ସମାଧାନ ଲାଗି ଉଦ୍ୟମ କରାଯିବ ବୋଲି ପୁଲିସ ଭରସା ଦେଇଛି।
ମାମଲା ବିଷୟରେ ସବିଶେଷ ବିବରଣୀ ବାହାର କରିବା ନିମନ୍ତେ ସେମାନଙ୍କ ଆତ୍ମୀୟମାନଙ୍କୁ ମଧ୍ୟ ପଚରା ଉଚୁରା କରାଯାଉଛି।

By amfnews

Related Post