Sat. Apr 25th, 2026

୪୨ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ

240 Views

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ୍‌ ଶିକ୍ଷା ବିଭାଗ ତରଫରୁ ଗୁରୁ ଦିବସରେ ୪୨ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମ୍‌ଡିଏମ୍‌ ରିପୋର୍ଟ ଠିକ ସମୟରେ ନଦେବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଇଓ ଶାନ୍ତନୁ କୁମ୍ଭକାର ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଦୈନିକ ମଧ୍ୟାନ୍ନ ଭୋଜନ ରିପୋର୍ଟ ପୂର୍ବାହ୍ନ ୧୧ଟା ସୁଦ୍ଧା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଦେବା ପାଇଁ ସରକାର ନିର୍ଦ୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ ୧୬୩ଟି ସ୍କୁଲ ମଧ୍ୟରୁ ୪୨ଟି ସ୍କୁଲର ମଧ୍ୟାନ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଅପରାହ୍ନ ୧୨ଟା ୨୦ ମିନିଟ ସୁଦ୍ଧା ରିପୋର୍ଟ ଦେଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବିଇଓ ଶ୍ରୀ କୁମ୍ଭକାର ପ୍ରକାଶ କରିଛନ୍ତି।

By amfnews

Related Post