Mon. Sep 28th, 2026

ଖୋଲିବ ସୁନ୍ଦରଗଡ଼ ବିସ୍ରା ଲାଇମ୍ ଷ୍ଟୋନ୍ କମ୍ପାନୀ

383 Views

ଭୁବନେଶ୍ୱର : ସୁନ୍ଦରଗଡ଼ ବିସ୍ରା ଲାଇମ୍ ଷ୍ଟୋନ୍ କମ୍ପାନୀ ପୁଣି ଖୋଲିବ। ଏହା ଆସନ୍ତା ସପ୍ତାହରେ ଖୋଲିବ ବୋଲି ସୂଚନା ମିଳିଛି। ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀସ୍ଥିତ ଉଦ୍ୟୋଗଭବନରେ ଆୟୋଜିତ ସମୀକ୍ଷା ବୈଠକ ଏନେଇ ନିଷ୍ପତ୍ତି ନିଆଯାଇଛି।  ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ସହ ଇସ୍ପାତ ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ବିସ୍ରା ଲାଇମ୍ ଷ୍ଟୋନ୍ କମ୍ପାନୀ ସମ୍ପର୍କରେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

By amfnews

Related Post