Mon. Sep 28th, 2026

ରାଜଧାନୀ ରାତିରେ ମାତାଲ ଯୁବତୀଙ୍କ ଉନ୍ମତ୍ତକାଣ୍ଡ

209 Views

ଭୁବନେଶ୍ୱର : ରାଜଧାନୀ ରାତିରେ ମାତାଲ ଯୁବତୀଙ୍କ ଉନ୍ମତ୍ତକାଣ୍ଡ। ବାରଣ କରିବାରୁ ଲୋକଙ୍କୁ ଗାଳିଗୁଲଜ। ଆଉ ଶେଷରେ ପୁଲିସ ଆସି ଯୁବତୀଙ୍କୁ ନେଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତିରେ ଜଣେ ଯୁବତୀ ୟୁନିଟ୍-୮ର ଡେଲ୍‌ଟା ଛକରେ ମଦ୍ୟ ପାନ କରି ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ। ଯୁବତୀଙ୍କ ଏମିତି ବ୍ୟବହାରକୁ ଦେଖି ସ୍ଥାନୀୟ ଲୋକେ ବିରୋଧ କରିବାରୁ ଯୁବତୀ ଜଣକ ସେମାନଙ୍କୁ ଗାଳି ଗୁଲଜ କରିଥିଲେ।  ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିପାରି  ନାହିଁ। ଖବର ପାଇ ଘଟଣାସ୍ଥଳରୁ ଯୁବତୀଙ୍କୁ ଖଣ୍ଡଗିରି ପୁଲିସ ନେଇ ଯାଇଥିଲା।

By amfnews

Related Post