Fri. Jun 12th, 2026

ଓଟିଇଟି ଫର୍ମ ପୂରଣ କରିପାରୁ ନାହାନ୍ତି ସ୍ପେଶାଲ ବିଇଡି ଛାତ୍ରଛାତ୍ରୀ

195 Views

କଟକ  : ଓ.ଟି.ଇ.ଟି ପରୀକ୍ଷା ପାଇଁ ଅନଲାଇନରେ ଏବେ ଫର୍ମଫିଲପ ଚାଲିଛି। ହେଲେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଫର୍ମପୂରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ କୌଣସି ଅପସନ୍ ନଥିବାରୁ ସେମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ସେମାନେ ସୋମବାର  ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ବୋର୍ଡର ଏପରି ଖାମଖିଆଲ ମନୋଭାବ ଯୋଗୁ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ  ଆଣିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ଏବଂ ସମସ୍ତ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଧାରଣାରେ ବସିବେ ବୋଲି ଛାତ୍ରଛାତ୍ର ବୋର୍ଡ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଥିଲେ।

ଛାତ୍ର ଦେବାଶିଷ ପତି କହିଛନ୍ତି,“ ୨୦୧୮ ଜାନୁଆରୀ  ମାସରେ ଓଟିଇଟି ଫର୍ମ ବାହାରିଥିଲା। ହେଲେ ସେହି ପରୀକ୍ଷା ବାତିଲ ହୋଇଥିଲା। ଏବେ ଯେଉଁ ନୋଟିଫିକେସନ୍‌ ଆସିଛି, ସେଥିରେ ଅନ୍‌ଲାଇନ୍‌ରେ ସ୍ପେଶାଲ ବି.ଇ.ଡି ଅପଶନ୍‌ ନ ଥିବାରୁ ଫର୍ମ ପକାଇବାରୁ ଆମେ ବଞ୍ଚିତ ହେଉଛୁ। ବୋର୍ଡ କାର୍ଯ୍ୟାଳୟରେ ଏ ସମ୍ପର୍କରେ ବାରମ୍ୱାର ଅଭିଯୋଗ କରି ସାରିଛୁ। ବର୍ତ୍ତମାନ ଯଦି ଏହି ସମସ୍ୟାର ସମାଧାନ କରା ନଯାଏ ଆମେ ଧାରଣାରେ ବସି ରହିବୁ।”

By amfnews

Related Post