Tue. Aug 11th, 2026

କଟକଣା ସହ ଖୋଲିବ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ

307 Views

ଭୁବନେଶ୍ୱର କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା  ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କଟକଣା ସହ ଖୋଲିବା ନେଇ  ଉଚ୍ଚଶକ୍ଷା ବିଭାଗର ସଚିବ ସମସ୍ତ ବିଶ୍ୱବିଦ୍ୟାଳୟର ଭିସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରୁପ୍-‘ଏ’ର ସମସ୍ତ ଟିଚିଂ, ନନ୍ ଟିଚିଂ ଷ୍ଟାଫ୍ ଦୈନିକ ଅଫିସ ଆସିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେବେଠୁ ସବୁ ବିଶ୍ୱବିଦ୍ୟାଳୟ ଖୋଲିବ ସେ ନେଇ ନିର୍ଦ୍ଦେଶନାମାରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ l

ବିଶ୍ୱବିଦ୍ୟାଳୟ ଖୋଲିବା ସତ୍ୱେ  ଥିଓରୀ, ପ୍ରାକ୍ଟ୍ରିକାଲ କ୍ଲାସ ସିଧାସଳଖ ହେବନି କିନ୍ତୁ ଅନଲାଇନରେ କରାଯିବ ବୋଲି କୁହାଯାଇଛି।ଏବେ କୌଣସି ପରୀକ୍ଷା କରାଯିବନି, ହେଲେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି ପିଲା ହଷ୍ଟେଲରେ ରହିପାରିବେନି ଏବଂ ବିନା ଅନୁମତିରେ ଆସିପାରିବେନି। ସେମିନାର, ୱାର୍କସପ୍  କରିବାକୁ ମନା କରାଯାଇଛି। ଆବଶ୍ୟକସ୍ଥଳେ ଏହାକୁ ଅନଲାଇନରେ କରାଯିବ ବୋଲି ଉଲ୍ଲେଖ ରହିଛି। ଜୋନାଲ ମୂଲ୍ୟାୟନ ମନା କରାଯାଇଛି। ହେଲେ ଅନ୍‌ଲାଇନରେ ପିଏଚଡି ମୌଖିକ ସାକ୍ଷାତ କରାଯିବ  ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।

By amfnews

Related Post