Sun. Sep 13th, 2026

ଏସବିଆଇରେ ଚାକିରି କରିବାର ଆସିଛି ସୁଯୋଗ, ଅନେକ ପଦ ଖାଲି, କରନ୍ତୁ ଆବେଦନ

377 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ : ସରକାରୀ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିଲେ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଶାୟୀ ପ୍ରାର୍ଥୀଙ୍କ ଲାଗି ସୁଯୋଗ ଆଣିଛି । ଏସବିଆଇ ଆଗାମୀ ଦିନରେ ତାର ଅନେକଗୁଡ଼ିକ ପଦ ପାଇଁ ପ୍ରାର୍ଥୀ ଖୋଜୁଛି । ଏସବିଆଇର ପୋର୍ଟାଲକୁ ଯାଇ ଆବେଦନ କରିହେବ । ତେବେ ଏହା ପୂର୍ବରୁ କେଉଁ ପଦ ପାଇଁ କେତେ ଜଣ ନୂଆଁ କର୍ମଚାରୀଙ୍କୁ ରଖିବା ତାହା ଜାଣିଲେ ଭଲ ।

ଏସବିଆଇ ନିଜର ୱେବସାଇଟରେ ସ୍ପେଶାଲ କ୍ୟାଡର ଅଧିକାରୀ ଲାଗି ଖାଲି ପଦ ଜାରି କରିଛି । ଯଦି ଆପଣ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଶେଷ ତାରିଖ ହେଉଛି ଅକ୍ଟୋବର ୮ । ଏଥି ଲାଗି କୌଣସି ଲିଖିତ ପରୀକ୍ଷା ହେବ ନାହିଁ ।

ଏହି ପଦ ପାଇଁ ଭର୍ତ୍ତି ହେବ

ଡେପୁଟି ମ୍ୟାଜେନର (ସୁରକ୍ଷା) ୨୮ ପଦ, ମ୍ୟାଜେନର (ରିଟେଲ ପ୍ରଡକ୍ଟ) ୫ଟି ପଦ, ଡାଟା ଟ୍ରେନର ଜଣେ, ଡାଟା ଟ୍ରାନ୍ସଲେଟର ଜଣେ, ଏଜିଏମ (ଏଣ୍ଟରପ୍ରାଇଜ ଆଣ୍ଡ ଟେକ୍ନୋଲୋଜୀ ଆର୍କିଟେକଚର) ଜଣେ, ଡାଟା ପ୍ରୋଟେକଶନ ଅଫସର ଜଣେ, ଡେପୁଟି ମ୍ୟାନେଜର  (ଡାଟା ସାଇଣ୍ଟିଷ୍ଟ) ୧୧ ଜଣ, ମ୍ୟାଜେର (ଡାଟା ସାଇଣ୍ଟିଷ୍ଟ) ୧୧ ଜଣ, ଡେପୁଟି ମ୍ୟାନେଜର (ସିଷ୍ଟମ ଅଫିସର) ୫ ଜଣ, ରିକ୍ସ ସ୍ପେଶାଲିଷ୍ଟ-ସେକ୍ଟର (ସ୍କେଲ-୩) ୫ ଜଣ, ରିକ୍ସ ସ୍ପେଶାଲିଷ୍ଟ (ସ୍କେଲ-୨) ୫ ଜଣ, ରିକ୍ସ ସ୍ପେଶାଲିଷ୍ଟ (ସ୍କେଲ-୧) ୫ ଜଣ । ଏଥି ସହିତ ଏସବିଆଇ ଆହୁରି ଅନେକ ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି ।

By amfnews

Related Post