Mon. May 20th, 2024

ବାବ୍ରୀ ମସଜିଦ ଭଙ୍ଗାରୁଜା ମାମଲାର ରାୟ ଆସିବ ଆଜି, ଅଯୋଧ୍ୟାରେ ୨୦୦୦ ଫୋର୍ସ ମୁତୟନ

By amfnews Sep 30, 2020 #Featured
70 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ : ବହୁ ପ୍ରତୀକ୍ଷିତ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାରୁଜା ମାମଲାର ଆଜି ସିବିଆଇ କୋର୍ଟ ନିଜର ରାୟ ଶୁଣାଇବେ । ୨୮ ବର୍ଷର ଶୁଣାଣି ପରେ ଶେଷରେ ଆଜି ସେହି ଦିନ ଆସିଛି । ଅଦାଲତ ଏହି ଆଇନଗତ ଲଢ଼େଇକୁ ଅନ୍ତିମ ରୂପ ଦେବେ ।

ସିବିଆଇର ସ୍ୱତନ୍ତ୍ର କୋର୍ଟ ୨୦୦୧ରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବାଲ ଠାକରେ ଓ ଅନ୍ୟମାନଙ୍କୁ ଦୋଷରୁ ମୁକ୍ତି ଦେଇଥିଲେ । ସିବିଆଇ ଏହାର ବିରୋଧରେ ଆହ୍ଲବାଦ ହାଇକୋର୍ଟ ପହଂଚିଥିଲା । କିନ୍ତୁ ଆହ୍ଲବାଦ ହାଇକୋର୍ଟ ମଧ୍ୟ ଫଇସଲା କାୟମ ରଖିଥିଲେ । ପରେ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ସିବିଆଇ ସ୍ପେଶାଲ କୋର୍ଟ ଜର୍ଜ ଏସ୍‌.କେ ଯାଦବ ମାମଲାର ରାୟ ଶୁଣାଇବେ । ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ପ୍ରାୟ ୨୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଏହି ରାୟରେ ବରିଷ୍ଠ ନେତା ଆଡଭାନୀ, ଯୋଶୀ, ଉମାଭାରତୀ, ବିଜୟ କଟିଆର, ସାଧ୍ୱୀ ରିତମ୍ଭରାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି । ମହନ୍ତ ନିତ୍ୟ ଗୋପାଳ, କଲ୍ୟାଣ ସିଂହ, ସାକ୍ଷୀ ମହାରାଜଙ୍କ ଭାଗ୍ୟ ମଧ୍ୟ ଏହି ରାୟରେ ନିର୍ଦ୍ଧାରଣ କରିବ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଅତିକମରେ ୫ ବର୍ଷ ଜେଲ ହୋଇପାରେ । କିନ୍ତୁ ଆଡଭାନୀ ଓ ଯୋଶୀଙ୍କ ବୟସ ଅଧିକ ହୋଇଥିବାରୁ, ସେମାନଙ୍କୁ ଛାଡ଼ ମିଳିପାରେ ।

By amfnews

Related Post