Mon. May 20th, 2024

ଶରତ ବାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

By amfnews Sep 30, 2020 #Featured
130 Views

ଝାରସୁଗୁଡ଼ା, ସେପ୍ଟେମ୍ବର ୩୦ : ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ମିଳିଲା ଜାମିନ । ସ୍ତ୍ରୀଙ୍କୁ ମାରପିଟ୍ କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଶରତ ବାଗ ଗିରଫ ହୋଇଥିଲେ । ଗତ ୨୭ ତାରିଖ ଦିନ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ମାମଲା ଦାୟାର କରିଥିଲେ । ଏଥିରେ ସେ ତାଙ୍କ ସ୍ୱାମୀ ଶରତ ବାଗ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେବା ସହିତ ହତ୍ୟା ଧମକ ଭଳି ଅଭିଯୋଗ କରିଥିଲେ । ସ୍ୱାମୀଙ୍କ ସହିତ ଅନ୍ୟ ଚାରି ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ପୋଲିସ ଆଇପିସି ଧାରା ୩୨୩, ୨୯୪, ୫୦୬, ୩୭୯, ୩୪ ଦଫାରେ ମାମଲା ରୁଜୁ କରିଛି । ତେବେ ଝାରସୁଗୁଡ଼ା ପୁଲିସ ମଙ୍ଗଳବାର ଦିନ ଅଭିଯୁକ୍ତ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶରତ ବାଗ ୫୦ ହଜାର ଟଙ୍କା ଜମାନତ ସହିତ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ଏହି ସର୍ତ୍ତ ଗୁଡ଼ିକ ହେଲା ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ସହଯୋଗ କରିବେ, ଏଭଳି ଆଚରଣ କରିବେ ନାହିଁ ଏବଂ ଅଭିଯୋଗକରୀଙ୍କୁ ଧମକ ଦେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ତାଙ୍କ ଓକିଲ ବିଶ୍ୱନାଥ ଦତ୍ତ କହିଛନ୍ତି ।

By amfnews

Related Post