Sun. Aug 23rd, 2026

ଆହ୍ଲାବାଦ ହାଇକୋର୍ଟ ଗେଟ୍‌ ପାଖରୁ ବିଜେପି ବିଧାୟକଙ୍କ ଝିଅ ଓ ତାଙ୍କ ସ୍ୱାମୀ ଅପହୃତ

404 Views

ପ୍ରାୟଗରାଜ : ଅଜାତିରେ ବାହା ହୋଇଥିବା ବିଜେପି ବିଧାୟକଙ୍କ ଝିଅ ଓ ତାଙ୍କ ସ୍ୱାମୀଙ୍କୁ ସୋମବାର ପୂର୍ବାହ୍ନରେ ଅସ୍ତ୍ରଧାରୀ ଲୋକମାନେ ବନ୍ଧୁକ ଦେଖାଇ ଆହ୍ଲାବାଦ ହାଇକୋର୍ଟ ବାହାରୁ ଅପହରଣ କରି ନେଇଛନ୍ତି। ସୁରକ୍ଷା ପାଇଁ ନିବେଦନ କରିବାକୁ ସେମାନେ ଅଦାଲତକୁ ଆସିଥିଲେ।

ଘଟଣାଟି ସକାଳ ୮: ୩୦ ମିନିଟ୍‌ରେ ଘଟିଛି। ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ ଝିଅ ସାକ୍ଷୀ ମିଶ୍ର ଏବଂ ତାଙ୍କ ସ୍ୱାମୀ ଅଜିତେଶ କୁମାରଙ୍କ ମାମଲା ଆଉ କିଛି ଘଣ୍ଟା ପରେ ଅଦାଲତରେ ପଡ଼ିଥାଆନ୍ତା।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ଯୁବଦମ୍ପତି ଅଦାଲତର ୩ ନମ୍ବର ଫାଟକ ପାଖରେ ଅପେକ୍ଷାରତ ଥିବା ବେଳେ ଗୋଟାଏ କଳା ଏସ୍‌ୟୁଭି ଆସି ଥିଲା। ବନ୍ଧୁକ ଦେଖାଯାଇ ଉଭୟଙ୍କୁ ଭିତରକୁ ଟାଣି ନିଆଯାଇଥିଲା।

ଏସ୍‌ୟୁଭିର ରେଜିଷ୍ଟ୍ରେସନ୍‌ ନମ୍ବର ହେଉଛି ୟୁପି୮୦ ଏବଂ ତାହା ଆଗ୍ରା ଜିଲ୍ଲାର। ଗାଡ଼ିର ପଛରେ ଚେୟାର୍‌ମ୍ୟାନ୍‌ ବୋଲି ଲେଖାଯାଇଥିଲା।
ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ସହ ଯାନବାହନ ତଲାସ ଆରମ୍ଭ ହୋଇଛି।

By amfnews

Related Post