Wed. May 27th, 2026

ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

228 Views

ଆଠଗଡ଼  :  ଜଣେ ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ମାଆର ପ୍ରାଣହାନି ଘଟିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଥାନାର କଖଡ଼ି ଗାମର ବିଧବା ମାଆ ସାବି ପ୍ରଧାନ(୫୫)ଙ୍କୁ ତାଙ୍କର ନିଜ ପୁଅ ପ୍ରକାଶ ପ୍ରଧାନ(୨୫) ଟାଙ୍ଗିଆରେ ହାଣି ହତ୍ୟା କରିଛି ।

ଗତକାଲି ସାବି ପ୍ରଧାନଙ୍କ ପୁତୁରାର ବାହାଘର ଥିଲା। ବାହାଘର ଭୋଜି ଖାଇ ସାରି ମାଆ ଘରେ ଥିବା ବେଳେ ପୁଅ ପ୍ରକାଶ ପ୍ରଚୁର ମଦ୍ୟପାନ କରି ଘରକୁ ପଫରିଥିଲା। ଏହାପରେ ଉଭୟ ମାଆ-ପୁଅଙ୍କ ଭିତରେ ବଚସା ହୋଇଥିଲା। ଏହା ପରେ ମଦ୍ୟପ ପୁଅ ପ୍ରକାଶ ରାଗିଯାଇ ମାଆର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲା। ଏହାଫଳରେ ଘଟଣାସ୍ଥଳରେ ସାବି ପ୍ରଧାନ(୫୫)ଙ୍କର ପ୍ରାଣହାନି ଘଟିଥିଲା।

ଏହାପରେ ହତ୍ୟାକାରୀ ପୁଅ ଫେରାର ହୋଇଯାଇଥିଲା। ଆଜି ସକାଳେ ସାବି ପ୍ରଧାନଙ୍କ ଶବକୁ ଆଠଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ପୋଲିସ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ପୁଅକୁ ଖୋଜିବାକୁ ପ୍ରୟାସ ଜାରି କରିଛି । ପ୍ରକାଶ ବିବାହିତ ଏବଂ ତାର ଏକ ଝିଅ ଥିବା ଜଣାଯାଇଛି।

By amfnews

Related Post