Sun. Aug 23rd, 2026

ଉପକାରାଗାର ସ୍ଥାନାନ୍ତରକୁ ବିରୋଧ କରି ଦଶପଲ୍ଲା ବନ୍ଦ

318 Views

ଦଶପଲ୍ଲା  : ୧୯୧୦ ମସିହାରେ ବ୍ରିଟିସ୍‌ ସରକାରଙ୍କ ଦ୍ୱାରା ସ୍ଥାପିତ ଉପକାରାଗାରକୁ ଦଶପଲ୍ଲାରୁ ସ୍ଥାନାନ୍ତର କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି ଦଶପଲ୍ଲାରେ ବନ୍ଦ ପାଳନ କରାଯାଉଛି।

ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ଆହ୍ଵାନରେ ପାଳନ କରାଯାଉଥିବା ବନ୍ଦ ପୂର୍ବାହ୍ନ ୬ଟାରୁ ଅପରାହ୍ଣ ୬ଟା ଯାଏଁ ଚାଲିବ। ପ୍ରତିବାଦକାରୀମାନଙ୍କର ଗୋଟିଏ ଦଳ ଜେଲ୍‌ ସାମ୍ନାରେ ଧାରଣା ଦେଇଥିବା ବେଳେ ଅନ୍ୟ ଏକ ଦଳ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବାଧା ପାଇଛି ଏବଂ ପୂର୍ବ ଓ ପଶ୍ଚିମ ଓଡ଼ିଶା ସହ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଛି।

ଦଶପଲ୍ଲାରେ ଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ଓ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ କଲେଜ ଆଦି ବନ୍ଦ ରହିଛି।

ଜେଲ୍‌ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର କରା ନ ଯିବା ଯାଏଁ ଜେଲ୍‌ ସମ୍ମୁଖରେ ଧାରଣା ବଳବତ୍ତର ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ କୁହାଯାଇଛି।

By amfnews

Related Post