Sat. May 18th, 2024

୨୨ ତାରିଖରୁ ମାଟ୍ରିକ ସପ୍ଲିମେଂଟାରୀ

manasranjanbiswal07@gmail.com' By Manas Ranjan Biswal Jun 22, 2018 #Featured
179 Views

ଯାଜପୁର ୨୧/୬: ଯାଜପୁର ଜିଲାରେ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଚଳିତ ମାସ ୨୨ତାରିଖ ଠାରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲାର ୪ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୧୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଜିଲାସ୍କୁଲ କେନ୍ଦ୍ରରେ ୩୧୪, ଯାଜପୁର ସରକାରୀ ବାଳିକା ଉଚ ବିଦ୍ୟାଳୟରେ ୩୦୩, ପାଣିକୋଇଲି ହାଇସ୍କୁଲ କେନ୍ଦ୍ରରେ ୨୮୩ ଓ କ୍ଷେତ୍ରପାଳ ହାଇସ୍କୁଲ କୋଳଥଳ ପରୀକ୍ଷା କେନ୍ଦ୍ରରେ ୨୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁନିୟନ୍ତ୍ରିତ କରିବା ପାଇଁ ୪ଜଣ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପରୀକ୍ଷା ନିୟନ୍ତ୍ରଣ ପାଇଁ ଗୋଟିଏ ସ୍କ୍ୱାର୍ଡ଼ ଗଠନ କରାଯାଇଛି ବୋଲି ଜିଲା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

Related Post