Sun. May 5th, 2024

ଜେନାପୁର ଥାନାରେ ଏତଲା ରୁଜୁ ନହେବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ

manasranjanbiswal07@gmail.com' By Manas Ranjan Biswal Jun 22, 2018 #Featured
168 Views

ଯାଜପୁର,୨୧/୬: ଯାଜପୁର ଜିଲ୍ଲାର ଜେନାପୁର ଥାନାରେ ଲୋକେ ନ୍ୟାୟ ପାଇପାରୁ ନଥିବା ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଅଭିଯୋଗ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଭଳି ଅବସ୍ଥାରେ ଥାନା ନିକଟସ୍ଥ ଚଉଷଠିପଡାର ନଟିଲୋ ଗ୍ରାମର ଜଣେ ଅନୁସୁଚିତ ଜାତିର ବ୍ୟକ୍ତିଙ୍କ ଏତଲାକୁ ପୋଲିସ ଗ୍ରହଣ ନକରିବା ନେଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ  ଭିତ୍ତି କରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଏସ.ପିଙ୍କ ଜିଲ୍ଲାପାଳ ଦେବାର ୨୦ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଅଭିଯୋଗରୁ ପ୍ରକାଶ, ନଟିଲୋ ଗ୍ରାମର ଗଙ୍ଗାଧର ମଲିକ ଜେନାପୁର ଥାନାର ଗୋଟିଏ କେସରେ ସାକ୍ଷୀ ପଡିବା ନେଇ ସେହି ଗ୍ରାମର କେତେକ ବ୍ୟକ୍ତି ଆପତ୍ତି ଜନକ ଧମକ ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି । ଏଥିନେଇ ଗଙ୍ଗାଧରଙ୍କ ତରଫରୁ ଗତ ତା ୧୪.୦୫.୧୮ ରିଖରେ ଜେନାପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ତରଫରୁ ଏତଲା ରୁଜୁ ହୋଇନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ସେହି ଗ୍ରାମର ଦେବପ୍ରସାଦ ଦେବ ନାମକ ବ୍ୟକ୍ତି ଗ୍ରାମର କେତେକ ଦୁର୍ନିତି ତଥା ସରକାରୀ ଜମି ଜବର ଦଖଲ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଗତ ଅପ୍ରେଲ ୨୭ ତାରିଖ ଦିନ ଦେବପ୍ରସାଦଙ୍କ ଉପରେ କେତେକ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣାରେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବାସହ ସେମାନଙ୍କ ଅଭିଯୋଗକୁ ପ୍ରଥମେ ଏତଲା ଭାବେ ଗ୍ରହଣ କରିବା ଏବଂ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ଦେବପ୍ରସାଦଙ୍କ ନାମରେ ୩୦୭ ରେ ମିଥ୍ୟା ଏତଲା ରୁଜୁ କରିବା ଘଟଣା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଥିଲା । ଏଥିନେଇ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପ୍ରମାଣଯୋଗ୍ୟ ତଥ୍ୟ ସହ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଆସିଥିଲା । ଏହାପରେ ପୋଲିସ ତରଫରୁ ଦେବପ୍ରସାଦଙ୍କ ବିରୋଧରେ ହୋଇଥିବା ୩୦୭ ଦଫାକୁ କାଟି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ମରଣାନ୍ତକ ଆକ୍ରମଣରେ ଶୀକାର ହୋଇଥିବା ଲୋକଙ୍କୁ ଆଇନଗତ ସହାୟତା ନମିଳିବା ନେଇ ସାଧାରଣରେ ପୋଲିସର ଭୂମିକା ନେଇ ନକାରାତ୍ମକ ବାତାବରଣ ସୃଷ୍ଟି କରିଥିଲା । ଏହାପରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟରେ ଯାମିନ ହେବାକୁ ପୋଲିସ ସୁଯୋଗ ଦେଇ ଗିରଫ କରିନଥିଲା ।

ଶେଷକୁ ଏହି ଘଟଣାରେ ଥିବା ସାକ୍ଷୀଙ୍କୁ ଧମକ ଚମକ ଘଟଣା ନେଇ ପୋଲିସର ନୀରବତା ପରୋକ୍ଷରେ ପୋଲିସ ଭୂମିକା ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏଥିନେଇ ଜେନାପୁର ଥାନା ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ଏକ ଷ୍ଟେସନ ଡାଏରୀ କରିଛି । ହେଲେ ଏତଲା ରୁଜୁ କରିନାହିଁ ।

Related Post