Tue. May 21st, 2024

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

By amfnews Feb 21, 2021 #Featured
118 Views

ଆଠଗଡ଼, ଫେବୃଆରୀ 21 : ରାଜ୍ୟରେ ଦିନକୁ ଦିନ ଅପରାଧ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ୱରର ୫ ଜଣିଆ ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ଙ୍କ ମିଳିତ ଉଦ୍ୟମ ରେ  ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋ‌ଟେଲ ରୁ ୧୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି ।ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ସୁଚନା ଅନୁସାରେ ଗତକାଲି ରାତିରେ ଆଠଗଡ଼ ରାଧାପୁରସ୍ଥିତ ଏକ ହୋଟେଲରେ ଭୁବନେଶ୍ୱରର ୫ ଜଣିଆ ସ୍ପେଶାଲ ଟାସ୍କ ଫୋର୍ସ  ଟିମ୍ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇଥିଲେ । ଯାହାଫଳରେ ରାତାରାତି ସେହି ହୋଟେଲ୍ ଉପରେ ଚଢାଉ କରିଥିଲେ ଏବଂ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣିଥିଲେ ।

ତେବେ ଏହି ଘଟଣା କୁ ନେଇ ଗତକାଲି ରାତି ୧୨ଟା ସୁଦ୍ଧା ଏସ୍‌ଟିଏଫ୍ ଟିମ୍ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ତେବେ ଥାନାର ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ କହିବା ଅନୁଯାୟୀ ହୋଟେଲରେ ସର୍ଚ୍ଚ କରାଯାଇଥିବା ବେଳେ ୭ ଲକ୍ଷ ଟଙ୍କାର ୧୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । 

By amfnews

Related Post