Tue. May 21st, 2024

ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ଆଜି ମଧ୍ୟାହ୍ନ ଭୋଜନ ଦେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

By amfnews Feb 21, 2021 #Featured
107 Views

ନୂଆଦିଲ୍ଲୀ, ଫେବୃଆରୀ ୨୧ : କେନ୍ଦ୍ରୀୟ କୃଷି ବିଲ ଫେରାଇ ନେବା ଦାବିରେ ଦିଲ୍ଲୀ ସୀମାରେ ପାଖାପାଖି ୩ ମାସ ହେବ ପଂଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀଙ୍କ ଧାରଣା ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଆନ୍ଦୋଳନରତ ଚାଷୀଙ୍କୁ ଭେଟିବାକୁ ଯାଉଛନ୍ତି । କେଜ୍ରିୱାଲ ଚାଷୀ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ । ଏହି ଆଲୋଚନା ତିନି କୃଷି ବିଲ ସଂପର୍କିତ । କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଚାଷୀ ସଂଗଠନର ନେତାଙ୍କୁ ଦିଲ୍ଲୀ ବିଧାନସଭାରେ ମଧ୍ୟାହ୍ନ ଭୋଜନ ଦେବେ । 

ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ଆରମ୍ଭରୁ କୃଷି ଆଇନ ଫେରାଇନେବା ଦାବି କରିବା ସହିତ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି । ତେଣୁ ଧାରଣାରତ ଚାଷୀମାନେ କେଜ୍ରିୱାଲଙ୍କ ଠାରୁ ଅନେକ କିଛି ଆଶା କରୁଛନ୍ତି । ଆପ ସାଂସଦ ସଂଜୟ ସିଂହ ଚାଷୀମାନଙ୍କ ପ୍ରସଙ୍ଗ ସମର୍ଥନରେ ଉତ୍ତର ପ୍ରଦେଶରେ ଚାଷୀ ମହାପଂଚାୟତ ଲାଗି ପ୍ରସ୍ତୁତି କରୁଛନ୍ତି । ସଂଜୟ ସିଂହଙ୍କ ଅନୁସାରେ ଫେବ୍ରୁଆରୀ ୨୮ ତାରିଖରେ ଆୟୋଜନ ହେବାକୁ ଥିବା ଏହି ମହାପଂଚାୟତକୁ ଚାଷୀ ନେତାମାନଙ୍କୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିବେ । 

By amfnews

Related Post