Tue. May 21st, 2024

ଭଦ୍ରକରୁ ସେକ୍ସ ର‌୍ୟାକେଟ ଠାବ ; ଚାରି ମହିଳାଙ୍କ ସମେତ ୬ ଅଟକ

By amfnews Feb 21, 2021 #Featured
116 Views

ଭଦ୍ରକ, ଫେବୃଆରୀ ୨୧ : ଭଦ୍ରକ ସହରରୁ ସେକ୍ସ ର‌୍ୟାକେଟ୍ ଠାବ । ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ ପୋଲିସ ଦ୍ୱାରା ଠାବ କରାଯାଇଛି । ପୋଲିସ ଏହି ଘଟଣାରେ ଚାରି ଜଣ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ପୋଲିସର ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଆଣିଥିଲା ପୋଲିସ । ସୂଚନା ଅନୁସାରେ, ସହରର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରେ ସେକ୍ସ ର‌୍ୟାକେଟ ଚାଲିଥିବାର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ଉକ୍ତ ଘରେ ଚଢାଉ କରିବା ସହ ଛଅ ଜଣଙ୍କୁ ଥାନାରେ ଅଟକ ରଖିଛି । ଟାଉନ ଥାନା ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

By amfnews

Related Post