Mon. May 20th, 2024

ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Feb 20, 2021 #Featured
112 Views

ନୂଆଦିଲ୍ଲୀ, ଫେବୃଆରୀ ୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ବୈଠକରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା, ସ୍ୱାସ୍ଥ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏଥି ସହିତ ପରିଷଦ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । 

ଜମ୍ମୁକଶ୍ମୀରରୁ ଲଦ୍ଦାଖ ଅଲଗା ହେବା ପରେ ପ୍ରଥମ ଥର ନୀତି ଆୟୋଗର ବୈଠକରେ ଯୋଡ଼ିହେବ । ଚଳିତ ଥର ବୈଠକରେ ଅନ୍ୟ କେନ୍ଦ୍ର ଶାସିତ ଅଂଚଳର ପ୍ରଶାସନିକ ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । 

ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ନୀତି ଆୟୋଗର ବୈଠକକୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯିବେ ନାହିଁ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅମରିନ୍ଦର ସିଂହ ଅସୁସ୍ଥ ଅଛନ୍ତି । ତାଙ୍କ ସ୍ଥାନରେ ରାଜ୍ୟର ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଅଂଶଗ୍ରହଣ କରିବେ । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁପସ୍ଥିତ ରହିବା ଆଶଙ୍କା ରହିଛି । 

By amfnews

Related Post